ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ନିଆଁ ଲାଗି ଧ୍ବଂସ ହୋଇଯାଉଛି। ତଥାପି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଦିନ ହେଲା ସିନାପାଲି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ଏକ ସପ୍ତାହ ହେଲା ଏହି ଜଙ୍ଗଲରେ ନିଆଁ ଲାଗିଛି। ବନ ବିଭାଗ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ଚଉରା ଜଙ୍ଗଲ ଜଳୁଛି, ପ୍ରଶାସନର ନିଘା ନାହିଁ
/sambad/media/post_attachments/wp-content/uploads/2021/02/fire-8.jpg)