କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ 

ବାମରା: କୋଇଲା ବୋଝେଇ ଏକ ଟ୍ରେନ୍‌ରେ ନିଆଁ ଲାଗି ଯାଇଯାଇଥିଲା। ସମ୍ବଲପୁର ଜିଲ୍ଲା ବାମରାରେ ନିଆଁ ଲିଭାଇବା ପରେ ଗନ୍ତବ୍ୟ ପଥକୁ ଛଡ଼ା ଯାଇଛି।

ସୂଚନା ଅନୁସାରେ, ରବିବାର ବେଲପାହାଡ଼ରୁ ଏକ ମାଲଗାଡ଼ିରେ କୋଇଲା ବୋଝେଇ କରି ତଣ୍ଡା ଥର୍ମାଲ ପାୱାର ପ୍ଲାଣ୍ଟକୁ ବାହାରିଥିଲା। ଅପରାହ୍‌ଣ ପ୍ରାୟ ୨ ଟାରେ ଡାଉନ ଲାଇନରେ ବାମରା ଅତିକ୍ରମ କରୁଥିବା ସମୟରେ ଉକ୍ତ ମାଲଗାଡ଼ିରେ ବୋଝେଇ ହୋଇଥିବା ଏକ କୋଇଲା ବଗି ହଠାତ ଜଳି ଧୂଆଁ ବାହାରୁଥିବା ଦେଖି ଗାର୍ଡ ବାହାଦୁର ପ୍ରସାଦ ବାମରା ଷ୍ଟେସନ ମ୍ୟାନେଜର ଟିକନାଥ ନାଏକଙ୍କୁ ସୂଚନା ଦେଇଥିଲେ।

ଷ୍ଟେସନ ମ୍ୟାନେଜରଙ୍କଠାରୁ ସୂଚନା ପାଇ ଗୋବିନ୍ଦପୁର ଅଗ୍ନିଶମ ବିଭାଗ ଅଧିକାରୀ ସାମୁଏଲ ବୁଡ଼ଙ୍କ ସମେତ ଏଲ୍‌ଏଫ୍‌ଏମ୍ ରାମ ରତନ ଭିତିରିଆ, ନୀଳାମ୍ବର ପଟ୍ଟା, ଲାଲ ମୁଣ୍ଡା, ଦିଲବର ବୁଡ଼, ମାହାତୋ ବାର୍ଲା, ବିଜୟ ରାଉତ, ଇଗ୍ନେସ ତିର୍କୀ, ରାଜୁ ମାଝି ଓ ସୁଶାନ୍ତ ସେଠ ପ୍ରମୁଖ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଆର୍‌ପିଏଫ୍‌ କନଷ୍ଟେବଳ ଏସ୍. ଓରାମ ଓ ଡି. ଏନ୍‌. ବେହେରା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର