ଅନୁଗୁଳ : କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଫଳରେ ଏହାର ଦୁଇଟି ୱାଗନ୍ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ସାନକେରେଜାଙ୍ଗ ରେଳ ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍ରେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ନିଆଁ ଲାଗି ଯାଇଥିଲା। ଦୁଇଟି ୱାଗନ୍ରେ ଏହି ନିଆଁ ଧରିଥିଲା। କୋଇଲା ଭର୍ତ୍ତି ହୋଇଥିଲାବେଳେ ପ୍ରବଳ ଖରା ହେଉଥିବାରୁ ଏହା ହୁତ୍ହୁତ୍ ହୋଇ ଜଳି ଉଠିଥିଲା। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଷ୍ଟେସନରେ ପହଞ୍ଚି ନିଆଁ ଲିଭାଇଥିଲେ। ଫଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଥିଲା। ରେଳ ଧାରଣା ସହ ଚକା ଘଷିହେବା ପରେ ସ୍ପାର୍କ ହୋଇ ଏହି ନିଆଁ ଲାଗିଥିବା ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ସୂଚନା ଦେଇଛନ୍ତି। ରେଳ ଧାରଣା ଉପରେ ବିଦ୍ୟୁତ ତାର ଯାଇଥିବାରୁ ଭିନ୍ନ କୌଶଳରେ ଏଠାରେ ନିଆଁ ଲିଭାଯାଇଥିଲା। ଏହି ଅଗ୍ନିକାଣ୍ଡରେ ଟ୍ରେନ୍ର ଦୁଇଟି ୱାଗନ୍ କ୍ଷତିଗ୍ରସ୍ତ ହୋଇଥିଲାବେଳେ କ୍ଷୟକ୍ଷତି ନେଇ ଆକଳନ କରାଯାଉଛି। ତେବେ ଏଥିପାଇଁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ଉପରେ ବିଶେଷ ପ୍ରଭାବ ପଡ଼ିନି।