କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଟାଙ୍ଗୀ/ନାଚୁଣୀ  : ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ଚିଲିକା ବ୍ଲକ୍‌ ଅନ୍ତର୍ଗତ କାଳୁପଡ଼ାଘାଟ ଷ୍ଟେସନରେ ଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା।

ସୂଚନା ଅନୁସାରେ, ପାରାଦୀପରୁ ବିଶାଖାପାଟଣା ଯାଉଥିବା ଏକ କୋଇଲା ବୋଝେଇ ମାଲ୍‌ ଗାଡ଼ି ଷ୍ଟେସନରେ ଅଟକି ରହିଥିଲା। ରେଳଗାଡ଼ିର କୋଇଲା ବୋଝେଇ ବଗିରୁ ପ୍ରବଳ ଧୂଆଁ ବାହାରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଦେଖି କାଳୁପଡା ଷ୍ଟେସନମାଷ୍ଟର୍‌ଙ୍କୁ ଅବଗତ କରିବା ସହ ଟାଙ୍ଗୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଧୂଆଁ ବାହାରୁଥିବା ବଗିରୁ ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର