କୋଇଲା ଟ୍ରେନ୍‌ରେ ନିଆଁ

ରାୟଗଡ଼ା : କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ। ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା। ଫଳରେ ଟ୍ରେନ୍‌ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନେଇଥିଲା। ପ୍ରାୟ ଗୋଟିଏ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କୋଇଲା ବୋଝେଇ ଟ୍ରେନ୍‌ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିଲା। ଟ୍ରେନ୍‌ ରାୟଗଡ଼ା ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ରେ ନିଆଁ ଲାଗିଥିବା ରୋଲିଂ ଷ୍ଟାଫ୍ ପ୍ରଥମେ ଦେଖିଥିଲେ। ଷ୍ଟେସନ ଅଧିକାରୀଙ୍କୁ ଏ ନେଇ ସୂଚନା ଦେବାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ନିଆଁ ଆୟତ୍ତ ହେବାପରେ ରାତି ସାଢ଼େ ୯ଟାରେ ଟ୍ରେନ୍‌ ପୁଣି ରାୟପୁର ଅଭିମୁଖେ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର