କୋଇଲା ବୋଝେଇ ଟ୍ରେନ୍‌ର ୬ବଗିରେ ନିଆଁ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଳ ଷ୍ଟେସନ ଦେଇ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ର ୬ଟି ବଗିରେ ଗୁରୁବାର ରାତିରେ ନିଆଁ ଲାଗି ଧୂଆଁ ଉଠୁଥିଲା। ଟ୍ରେନ୍‌ଟି ଟିଟିଲାଗଡ଼ ପଟରୁ ମୁରିବାହାଲ ଷ୍ଟେସନରେ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ମୁରିବାହାଲ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଷ୍ଟେସନରେ ପହଞ୍ଚି ଟ୍ରେନର ବିଭିନ୍ନ ୬ଟି ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ମୁରିବାହାଲ ଦମକଳ ବିଭାଗ ଓଆଇସି ରଞ୍ଜିତ କେର୍କେଟାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର