କୋଇଲା ଟ୍ରକରେ ନିଆଁ

ଧର୍ମଶାଳା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମହିସରା ଗାଁ ଛକ ନିକଟରେ ଆଜି ରାତି ପ୍ରାୟ ୯ଟାରେ ଏକ କୋଇଲା ବୋଝେଇ ଦଶଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଡୁବୁରି ପଟୁ ଆସୁଥିବା ଏହି ଟ୍ରକଟି କୋଇଲା ନେଇ ଚଣ୍ତିଖୋଲ ଅଭିମୁଖେ ଯାଉଥିଲା।

ମହିସରା ନିକଟରେ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା। ଖବରପାଇ ଚଣ୍ତିଖୋଲ ଓ ଧର୍ମଶାଳା ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହ‌ଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ଷୟକ୍ଷତି ସଂପର୍କରେ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର