ଜୟପୁର ଦୈନିକ ପରିବା ମାର୍କେଟରେ ଲାଗିଲା ନିଆଁ, ଜଳିଗଲା ବହୁ ଦୋକାନ ଘର

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ନିଆଁ ଲାଗିବା ଫଳରେ ବହୁ ଦୋକାନ ଘର ଜଳିଯାଇଥିବାର ଖବର ମିଳିଛି। ସର୍ଟସର୍କିଟ୍ ଯୋଗୁଁ  ଭୋର୍ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଦୈନିକ ପରିବା ମାର୍କେଟରେ ୧୨୦ଟି ଦୋକାନ ଘର ଥିବା ଜଣାଯାଇଛି।

ନିଆଁ ମାର୍କେଟର ମଝି ଅଞ୍ଚଳରେ ପ୍ରଥମେ ଲାଗିବା ଫଳରେ ଏହା ଚାରିଆଡ଼କୁ ବ୍ୟାପିଯାଥିଲା।  ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ବି ସେତେବେଳକୁ ବହୁ ଦୋକାନ ଘର ଜଳିଯାଇସାରିଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ପୋଡ଼ି ନଷ୍ଟ ହୋଇଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର