କେସିଙ୍ଗା : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବନୀକରଣ କରୁଛନ୍ତି। ହେଲେ ବନ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ନିଆଁ ଲାଗି ଜଙ୍ଗଲ ଧ୍ୱଂସ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ରେଞ୍ଜ୍ କାର୍ଯ୍ୟାଳୟ ବୋରିଂପଦର ପାହାଡ଼ ଉପରେ ଥିବା ଜଙ୍ଗଲରେ। ଏହି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। କିନ୍ତୁ ଆୟତ୍ତ ପାଇଁ ବନ ବିଭାଗ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଗୋଟିଏ ଗଛ କାଟିଲେ ବିଭାଗର କର୍ମଚାରୀମାନେ ଲୋକଙ୍କୁ ଧରି ଫାଇନ୍ କାଟିବା ସହ କାଠକୁ ଜବତ କରୁଛନ୍ତି। ଏପଟେ ଜଙ୍ଗଲରେ ନିଆଁ ଲାଗି ଶହ ଶହ ଗଛ ନଷ୍ଟ ହୋଇଗଲେ ବି ବିଭାଗର ଦୃଷ୍ଟି ପଡ଼ୁନାହିଁ। ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।
ବୋରିଂପଦର ପାହାଡ଼ରେ ଜଳୁଛି ଜଙ୍ଗଲ; ବନ ବିଭାଗର ଦୃଷ୍ଟି ପଡ଼ୁନି!
/sambad/media/post_attachments/wp-content/uploads/2021/03/fire-forest-in-kalahandi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)