ଟିଟିଲାଗଡ଼ : ଟିଟିଲାଗଡ଼ ଚାରଭଟା ଗାଁ ପାଖରେ ଥିବା ଏଫ୍ସିଆଇ ଗୋଦାମ ସମ୍ମୁଖରେ ଗୁରୁବାର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ସେଠାରେ ଥିବା ଏକ ଚାଉଳ ବୋଝେଇ ଟ୍ରକ୍ ଅଳ୍ପକେ ବର୍ତ୍ତି ଯାଇଥିଲା।
ପ୍ରକାଶ ଯେ, ଗୁରୁବାର ଏହି ଗୋଦାମରୁ ଚାଉଳ ବୋଝେଇ ହେଉଥିଲା। ଗୋଦାମ ସମ୍ମୁଖ ରାସ୍ତା କଡ଼ରେ ଅନେକ ଟ୍ରକ୍ ଅଟକି ରହିଥିଲେ। ଏହି ସମୟରେ ପଛକୁ ଘୁଞ୍ଚୁଥିବା ଏକ ଦଶଚକିଆ ଟ୍ରକ୍ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଗୋଟିଏ ବିଦ୍ୟୁତ ତାର ଛିଣ୍ଡି ପାଖରେ ଥିବା ଚାଉଳ ବୋଝେଇ ଟ୍ରକ୍ (ଓଡି ୦୩- ୭୦୯୩) ଉପରେ ପଡ଼ିଥିଲା ଏବଂ ସେଥିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/da49e54c-83c5-4eea-b214-fd393d1208cd.jpg)