ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ କଳ୍ପନା ଛକ ଓଭରବ୍ରିଜ ଫଳ ବଜାରରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଫଳ ବଜାରରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଏଥିସହ ଏହି ଦୋକାନ ଗୁଡ଼ିକରେ ଥିବା ବହୁ ପରିମାଣର ଫଳ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
କଳ୍ପନା ଛକ ଓଭରବ୍ରିଜ ଫଳ ବଜାରରେ ଅଗ୍ନିକାଣ୍ଡ, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
/sambad/media/post_attachments/wp-content/uploads/2019/10/fire-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)