ବ୍ରହ୍ମପୁର: ଗଞ୍ଜାମ ରେଳ ଷ୍ଟେସନ୍ ନିକଟରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ ଲାଗିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ଗଞ୍ଜାମ ରେଳ ଷ୍ଟେସନ୍ ନିକଟରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ ଲାଗି ଥିବାର କିଛି ଲୋକ ଦେଖିବାକୁ ପାଇଥିଲେ। ସେମାନେ ଏ ବିଷୟରେ ତତକ୍ଷଣାତ୍ ଗଞ୍ଜାମ ରେଳ ଷ୍ଟେସନର ଷ୍ଟେସନ୍ ମାଷ୍ଟରଙ୍କୁ ସୂଚିତ କରିଥିଲେ।
ଏହା ଜାଣିବା ମାତ୍ରେ ଷ୍ଟେସନ୍ ମାଷ୍ଟର୍ ମାଲଗାଡ଼ିକୁ ଅଟକିବାକୁ କହିଥିଲେ। ତାପରେ ସେ ଛତ୍ରପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବାମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ। ପ୍ରାୟ ତିନି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ କେଉଁ କାରଣରୁ କୋଇଲା ବୋଝେଇ ମାଲଗାଡ଼ିରେ ନିଆଁ ଲାଗିଥିଲା , ତାହା ଜଣାପଡ଼ିନାହିଁ।
/sambad/media/post_attachments/wp-content/uploads/2020/01/fire67.jpg)
ଉକ୍ତ ମାଲଗାଡ଼ିଟି ତାଳଚେରରୁ କୋଇଲା ନେଇ ପଲାସା ଅଭିମୁଖେ ଯାଉଥିବା ଜଣାଯାଇଛି। ପାଖାପାଖି ସାଢ଼େ ୧୧ଟା ସମୟରେ ଉକ୍ତ ମାଲଗାଡ଼ି ପୁଣି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ଜଣାଯାଇଛି। ଏହି ଅଘଟଣରେ କୌଣସି ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/fire68.jpg)