ଅଗ୍ନିକାଣ୍ଡରେ ଜଳିଗଲା ୨୦ ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା 

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତ ଅଠାନ୍ତର ଭୋଇସାହି ଗ୍ରାମର ନୀଳକଣ୍ଠ ଭୋଇଙ୍କ ଘରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି | ଟ୍ରଙ୍କରେ ଥିବା ନଗଦ ୨୦ ହଜାର ଟଙ୍କା ଜଳି ପାଉଁଶ ହୋଇଯାଇଛି। ବାଲିପାଟଣା ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି |

ସୂଚନା ଅନୁସାରେ, ଅଠାନ୍ତର ଗ୍ରାମର ନୀଳକଣ୍ଠ ଜଣେ ଚାଷୀ | ତାଙ୍କ ପୁଅ କୃଷ୍ଣ ଚନ୍ଦ୍ର ରାଜ ମିସ୍ତ୍ରୀ କାମ କରନ୍ତି | ଆଜି ଦିନ ୧୧ ଟା ସମୟରେ ହଠାତ ବିଦ୍ୟୁତ ସଟସର୍କିଟ ଯୋଗୁଁ ଛାତଘରେ ନିଆଁ ଲାଗି ଯାଇଥିଲା | ନିଆଁ ବ୍ୟାପିବାର ଦେଖି ପରିବାର ଲୋକେ ଭୟରେ ପଦାକୁ ଚାଲି ଆସିଥିଲେ | କ୍ଷଣିକ ମଧ୍ୟରେ ଘର ଭିତରେ ନିଆଁ ବ୍ୟାପି ଯାଇଥିଲା। କିଛିଦିନ ତଳେ ନୀଳକଣ୍ଠ ଧାନ ବିକ୍ରିକରି ରଖିଥିବା ୨୦ ହଜାର ଟଙ୍କା ଜଳି ପାଉଁଶ ହୋଇଯାଇଛି | ସେ ଋଣ ପରିଶୋଧ ପାଇଁ ଉକ୍ତ ଟଙ୍କା ସାଇତି ରଖିଥିଲେ ବୋଲି ଜଣାପଡିଛି | ଏହା ବାଦ ଅଢେଇ ହଜାରରୁ ଅଧିକ ନଗଦ ଟଙ୍କା , ଟିଭି, ୩ ଟି ଫ୍ୟାନ, ଘଣ୍ଟା, ଟେବୁଲ, ପ୍ୟାଣ୍ଟସାର୍ଟ, ଲୁଗା , ପଢା ବହି, ଖାତା , ଆଧାର କାର୍ଡ , ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଅଗ୍ନିକାଣ୍ଡରେ ଜଳି ଯାଇଛି | ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବଳକୁ ବହୁ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଘଟଣା ପରେ ଉକ୍ତ ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର