ହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରାରେ ଘଟିଛି ଏକ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ପାଟକୁରା ଡାକ୍ତରଖାନାର ସାମ୍ନାରେ ଥିବା ନନ୍ଦୀ ସୁଇଟସ୍‌ ଷ୍ଟଲ୍‌ ଏବଂ ହୋଟେଲରେ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଅଗ୍ନିକାଣ୍ଡ ଘଟିବାଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାଯାଇଛି।

ବିଦ୍ୟୁତ୍‌ ସର୍ଟସର୍କିଟ ହେତୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଏହି ଘଟଣାରେ କେହି ମୃତାହତ ହୋଇ ନଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର