ନିଆଁ ଲାଗି ଜଳିଗଲା ୩ ବଖରା ଘର 

ବାଲିପାଟଣା  : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଦରଡା ମଲ୍ଲିକ ସାହିରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି | ଉକ୍ତ ଗ୍ରାମର ଝୁନା ଦାସ ଏବଂ କାଶିନାଥ ଦାସଙ୍କ ଗୁହାଳ ସମେତ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି | ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିୟୋଜିତ ହୋଇଥିଲେ | ହେଲେ ସେତେବେଳକୁ ଘର ଓ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା |

ସୂଚନା ଅନୁସାରେ, ଦରଡ଼ା ଗ୍ରାମର ଝୁନା ଦାସଙ୍କ ଗୁହାଳ ଓ ୧ ବଖରା ଘର ଏବଂ କାଶୀନାଥ ଦାସଙ୍କ ୧ ବଖରା ଚାଳ ଘର ଆଜି ନିଆଁ ଲାଗି ପୋଡି ଯାଇଛି | ଗୁହାଳ ଘରେ ଦିଆଯାଇଥିବା ଧୂଆଁରୁ ନିଆଁ ବ୍ୟାପିଥିଲା | ଗୃହପାଳିତ ପଶୁଙ୍କୁ ଲୋକେ ଉଦ୍ଧାର କରିଥିଲେ ମଧ୍ୟ ଘର ସମ୍ପୂର୍ଣ୍ଣ ଜଳି ଯାଇଛି | ଅଗ୍ନି କାଣ୍ଡରେ ୩ ଟି ଫ୍ୟାନ, ୨ ଖଟ, ଚାଉଳ, ଲୁଗାପଟା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଛି  | ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣ ଦାବି ହୋଇଛି |

ସମ୍ବନ୍ଧିତ ଖବର