ବିଂଝାରପୁର: ବିଂଝାରପୁର ଥାନା ଅଙ୍ଗାଳୋ ପଞ୍ଚାୟତ ଅରିଲୋ ଗ୍ରାମର ଅରୁଣ କୁମାର ସାମଲଙ୍କ ଘରେ ଗତକାଲି ବିଳମ୍ଵିତ ରାତିରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ନିଆଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ୨୦ ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି।
ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ବେଳେ ସର୍ଟସର୍କିଟ ଘଟି ଘରେ ଥିବା କମ୍ପୁଟର, ପ୍ରିଣ୍ଟର, ଫ୍ୟାନ, କୁଲର ସମେତ ବହୁ ଜରୁରୀ କାଗଜପତ୍ର ଓ ୨୦ ହଜାର ଟଙ୍କା ତଥା ଅନ୍ୟାନ୍ୟ ଆସବାବ ପୋଡ଼ିଯାଇଥିଲା। ଝରକାରେ ଧୂଆଁ ଦେଖି ସାହିପଡ଼ିଶା ଡାକ ପକାଇବାରୁ ପରିବାର ଲୋକେ ଉଠିଥିଲେ। ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।