ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଇଟାଭଟା ଗାଁ ଝରଣପଡ଼ାରେ ପୋଡ଼ିହୋଇ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧିପାଇଛି। ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଫଳରେ ସେମାନେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ଟିକେଶ୍ୱର ଦେବାଙ୍ଗନ, ପତ୍ନୀ ସୁଶୀଳା ଦେବାଙ୍ଗନ ଓ ତାଙ୍କ କୁନିପୁଅ ବୀର ଦେବାଙ୍ଗନ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ୩ ତାରିଖ ସୁଶୀଳାଙ୍କ ମୃତ୍ୟୁ ଘଟିବା ପରେ ପୁଅ ବୀରକୁ ରାୟପୁରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରଜରାଜନଗର ପୁଲିସ ହସ୍ପିଟାଲରେ ପହଞ୍ଚି ମାଜିଷ୍ଟ୍ରେଟ ବିକ୍ରମ ସିଂ ରାଠୋରଙ୍କ ଉପସ୍ଥିତିରେ ବୀରର ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇଥିଲା। ରବିବାର ସକାଳେ ବୀରର ମୃତ୍ୟୁ ଘଟିଛି। ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୋମବାର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/11-8.jpg)