ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ପାହାଡ଼ରେ ରବିବାର ବର୍ଷର ପ୍ରଥମ ନିଆଁ ଲାଗିଛି। ନିଆଁ ଲାଗିବା କାରଣରୁ ବହୁ ଅଞ୍ଚଳ ପୋଡ଼ି ଯାଇଥିବା ବେଳେ ଅନେକ ଗଛ ମଧ୍ୟ ନଷ୍ଟ ହୋଇଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବନ ବିଭାଗ ଅନୁମାନ କରୁଛି। ରବିବାର ଦିନ ଅପରାହ୍ଣରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

Advertisment

ଏ ନେଇ ଲୋକଙ୍କ ଠାରୁ ସୂଚନା ପାଇବା ପରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବୁଢ଼ାରଜା ପାହାଡ଼ଟି ଅସାମାଜିକ ଯୁବକମାନଙ୍କ ଆଡ଼ା ସ୍ଥଳ ପାଲଟି ଯାଇଛି। ଅନେକ ଦୁର୍ବୃତ୍ତ ପାହାଡ଼ରେ ନିଶା କାରବାର କରିବା ସହ ଗଞ୍ଜେଇ ଟାଣୁଥିବାର ନଜିର୍‌ ରହିଛି। ସେହି ଦୁର୍ବୃତ୍ତମାନଙ୍କ ମଧ୍ୟରୁ କେହି ନିଆଁ ଲଗାଇ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି।