କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ଦିନ ଗୋଟାଏ ବେଳେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ବିଦ୍ୟୁତ୍ ପାନେଲ୍ ବୋର୍ଡରୁ ଧୂଆଁ ବାହାରିଥିଲା। ପରେ ନିଆଁ ବାହାରି ବୋର୍ଡ ଜଳିଯାଇଥିଲା। ଡାକ୍ତରଖାନାରେ ନିଆଁ ଲାଗିବା ଜାଣିବା ପରେ ପାଖରେ ଥିବା ରୋଗୀ ଓ ସମ୍ପର୍କୀୟମାନେ ଭୟଭୀତ ହୋଇପଡ଼ିଥିଲେ। ସେମାନେ ଏତେତେଣେ ଦୌଡ଼ି ପଳାଇଥିଲେ। କିଛି ସମୟ ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଆତଙ୍କ ଖେଳିଯାଇଥିଲା। ପରେ ଡାକ୍ତରଖାନାରେ ଥିବା ବିଦ୍ୟୁତ କର୍ମଚାରୀ ଆସି ଅଗ୍ନି ନିର୍ବ।ପକ ଗ୍ୟାସ ଦ୍ବାରା ନିଆଁ ଲିଭାଇଥିଲେ। ଏହି ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା। ହେଲେ ବିଦ୍ୟୁତ୍ କଟିଯାଇଥିଲା। ଯାହା ଫଳରେ ଅସହ୍ୟ ଗରମରେ ରୋଗୀମାନେ ହନ୍ତସନ୍ତ ହୋଇଥିଲେ।
କାମାକ୍ଷାନଗର ଡାକ୍ତରଖାନାରେ ଅଗ୍ନିକାଣ୍ଡ, ରୋଗୀ ଭୟଭୀତ
/sambad/media/post_attachments/wp-content/uploads/2019/04/kamakhya-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)