କୋମନା: କୋମନା ବ୍ଲକ କାଣ୍ତେତରା ଗାଁରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ଗୋଟିଏ ଘର ପୋଡ଼ି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନାମତେ, କାଣ୍ତେତରା ଗାଁର ବାବୁଲାଲ ସତନାମୀଙ୍କ ଘରେ କେହି ନଥିବା ସମୟରେ ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ଚାଳଘର ହୋଇଥିବାରୁ ନିଆଁ ହଠାତ୍ ବ୍ୟାପିଯାଇଥିଲା।
ପୁଣି ଘରେ ବାଣ ରହିଥିବାରୁ ସେଥିରେ ନିଆଁ ଲାଗିଯିବା ଫଳରେ ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଗାଁ ଲୋକଙ୍କ ଠାରୁ ଅଗ୍ନିଶମ ବିଭାଗ କର୍ମଚାରୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/37-13.jpg)