କନ୍ଧମାଳ ଆଇଏନ୍‌ଟିୟୁସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଫୁଲବାଣୀ : କନ୍ଧମାଳସ୍ଥିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି) କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ, ସେଠାରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ଆଜି ସକାଳେ ନଦୀଖଣ୍ଡି ସାହିରେ ଥିବା କାର୍ଯ୍ୟାଳୟ ଭିତରୁ ପୋଡ଼ାଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକ ଜାଣି ଖବର ଦେଇଥିଲେ। ଜିଲ୍ଲା ସଭାପତି ଘନ କୁମାର ଶବର ଓ ଅନ୍ୟମାନେ କାର୍ଯ୍ୟାଳୟ ଖୋଲିବା ପରେ ନିଆଁ ଲାଗି ସବୁ ଗୁରୁତ୍ବପୂର୍ଣ୍ଣ କାଗଜ ଓ ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଶ୍ରୀ ଶବରଙ୍କ ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ଶହଶହ ଶ୍ରମିକଙ୍କ ପଞ୍ଜୀକରଣ ଫର୍ମ, ସହାୟତା କାଗଜପତ୍ର ଓ ବାର୍ଷିକ ଆବେଦନପତ୍ର ସବୁ ପୋଡ଼ି ଯାଇଥିବାବେଳେ କମ୍ପ୍ୟୁଟର, ମୂଲ୍ୟବାନ ବହିପତ୍ର, ଚେୟାର, ଟେବୁଲ ଓ ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି। ତେବେ, ବିଦ୍ୟୁତ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଛି କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଛି କିଛି ସ୍ପଷ୍ଟ ଜଣାପଡ଼ିନାର୍ହି।

ସମ୍ବନ୍ଧିତ ଖବର