ଟ୍ରେନ୍‌ରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର/ହରିଚନ୍ଦନପୁର: କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ରେ ନିଆଁ ଲାଗିଛି। ଆଜି ସକାଳେ ଟ୍ରେନଟିି ହରିଚନ୍ଦନପୁର ତିଲିକିଧରା ନିକଟରେ ଯାଉଥିବା ବେଳେ ଟ୍ରେନର ଲଗେଜ ବଗିରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍‌ରେ ନିଆଁ ଲାଗିଥିବା ଜାଣିବା ସଙ୍ଗେସଙ୍ଗେ ଟ୍ରେନ୍‌ ଡ୍ରାଇଭର ଟ୍ରେନ୍‌କୁ ଅଟକାଇ ଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚ ିଟ୍ରେନରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଅପରପକ୍ଷେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟେନ୍‌ର ଇଞ୍ଜିନ ପାଖ ଲଗେଜ ବଗିରେ ନିଆଁ ଲାଗିଯାଇଥିଲା। ଲଙ୍ଗ ସଙ୍ଗେ ଟ୍ରେନକୁ ଅଟକାଯାଇଥିଲା। ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲିି ଆସିଥିଲେ। ତେବେ ଡ୍ରାଇଭର କୌଶଳକ୍ରମେ ଇଞ୍ଜନ ଓ ପାସେଞ୍ଜର ବଗିଠାରୁ ନିଆଁ ଲାଗିଥିବା ଲଗେଜ ବଗିକୁ ଅଲଗା କରିବାରୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏହାଇ ଦିଆଯାଇ ପାରିଛି। ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚିି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି।

ସମ୍ବନ୍ଧିତ ଖବର