ଲଛିପୁର : ସୋନପୁର ବନଖଣ୍ଡ ଅଧୀନସ୍ଥ ତିଲେଇମାଲ ସେକ୍ସନର ଜାମଖୋଲ ଓ ପଣ୍ଡିକିଟାଲ ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି। ଲଛିପୁର ଫରେଷ୍ଟ ସେକ୍ସନର ମାଟିଆପାଲି ଚାରିଛକ ଶାଳବଣରେ ନିଆଁ ଲାଗି ଶହ ଶହ ଗଡ଼ ପୋଡ଼ି ପାଉଁଶ ହୋଇଯାଇଛି। ବନ ବିଭାଗ କର୍ମଚାରୀ ନିଆଁ ଲିଭାଉଛନ୍ତି। ପ୍ରତିଦିନ ୪/୫ଟି ଜାଗାରେ ନିଆଁ ଲାଗୁଥିବାରୁ ସବୁ ସ୍ଥାନରେ ଠିକ୍ ସମୟରେ ପହଞ୍ଚି ନିଆଁ ଲିଭାଇବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ବୁଧବାର ୬ଟି ସ୍ଥାନରେ ନିଆଁ ଲାଗିଥିଲା। ବନ କର୍ମଚାରୀମାନେ ଲିଭାଇ ସାରିଥିବା ବନାଞ୍ଚଳ ଅଧିକାରୀ ମିଲନ ବାଗ କହିଛନ୍ତି।
ଲଛିପୁର ଓ ତିଲେଇମାଲ ଫରେଷ୍ଟ ସେକ୍ସନ ଅଞ୍ଚଳରେ ନିଆଁ
/sambad/media/post_attachments/wp-content/uploads/2021/03/subernpur-fir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)