ଲୋକସେବା ଭବନର ସାଧାରଣ ପ୍ରଶାସନ ବିଭାଗ କାର୍ଯ୍ୟାଳୟରେ ନିଆଁ

ଭୁବନେଶ୍ବର : ଶନିବାର ସକାଳେ ଲୋକସେବା ଭବନର ଦ୍ବିତୀୟ ମହଲାରେ ଥିବା ସାଧାରଣ ପ୍ରଶାସନ ବିଭାଗ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା। ତେବେ ସୁରକ୍ଷାକର୍ମୀ ଏବଂ ସଚିବାଳୟ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ନିଆଁକୁ ଅଳ୍ପ ସମୟ ଭିତରେ ଆୟତ୍ତ କରିନେବାରୁ ଏଥିରେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ବୋଲି ‌କୁହାଯାଉଛି।

ଏହି ଅଗ୍ନିକାଣ୍ଡରେ କ’ଣ ପୋଡ଼ିଛି, କେତେ କ୍ଷୟକ୍ଷତି ହୋଇଛି ସେନେଇ କିନ୍ତୁ କେହି ମୁହଁ ଖୋଲୁ ନାହାନ୍ତି। ଆଜି ସରକାରୀ ଛୁଟି ଥିବାରୁ ଏବଂ ଲୋକସେବା ଭବନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ସୁରକ୍ଷାକର୍ମୀମାନେ ଜାଣିଶୁଣି ଲୋକସେବା ଭବନ ପରିସରକୁ କାହାକୁ ଛାଡ଼ିନଥିଲେ। ଫଳରେ ପ୍ରକୃତ କ୍ଷୟକ୍ଷତି ନେଇ କିଛି ଜଣାପଡ଼ିନି। ତେବେ କିଛି କର୍ମଚାରୀ କହୁଛନ୍ତି ଯେ, ସାଧାରଣ ପ୍ରଶାସନ ବିଭାଗର ଲ୍ୟାଣ୍ଡ ସେକ୍ସନରେ ନିଆଁ ଲାଗିଥିଲା। କିଛି କର୍ମଚାରୀ କହୁଛନ୍ତି ଯେ, ସାଧାରଣ ପ୍ରଶାସନ ବିଭାଗରେ ଥିବା କେୟାର ଟେକର୍ ରୁମ୍‌ରେ ନିଆଁ ଲାଗିଥିଲା। କିନ୍ତୁ ‌କ’ଣ ପୋଡ଼ିଛି କହିପାରିବୁନି।

ସମ୍ବନ୍ଧିତ ଖବର