କରଦାଙ୍ଗି : ଜଳୁଛି ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲ। ଜଙ୍ଗଲ ନିଆଁ ଲିଭିବାର ନାଁ ଧରୁନି। ନିଆଁ ମାଡ଼ି ମାଡ଼ି ଚାଲିଥିବାରୁ ସଂକଟରେ ବନ୍ୟଜନ୍ତୁ। ନିଆଁ ଧାସରେ କଲବଲ ହୋଇ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେବା ସହିତ ବିପଦରେ ପଡ଼ୁଛନ୍ତି।
ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ଗାଁ ଘୋଡାବେଡା ସାହି ନିକଟ ମାଙ୍କଡଚୁଆ ଜଙ୍ଗଲରେ ନିଆଁ ଲାଗିଯାଇଛି। ହୁତୁ ହୁତୁ ହୋଇ ଜଳିଯାଉଛି ଏକର ଏକର ଜଙ୍ଗଲ। ସଂଧ୍ୟା ହେଲେ ନିଆଁର ପ୍ରକୋପ ବଢ଼ିବାରେ ଲାଗୁଛି। ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧୀୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି। ଜଙ୍ଗଲରେ ଥିବା ବାରାହା୍, କୁଟୁରା, ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ଫଳରେ ହରିଣ, କୁଟୁରା ଭଳି ବନ୍ୟଜନ୍ତୁ ଶିକାରୀ କୁକୁରଙ୍କ ହାବୁଡରେ ପଡ଼ି ପ୍ରାଣ ହରାଉଛନ୍ତି। ଦୀର୍ଘ ଦିନଧରି କରଦାଙ୍ଗି ଗାଁରେ ବିମଳା ଫରେଷ୍ଟର ଓ କର୍ମଚାରୀ ନିଆଁ ଲିଭାଇବା ପାଇଁ ଡେରା ପକାଇ ରହିଥିଲେ ହେଁ ନିଆଁ ରୋକାଯାଇ ପାରୁ ନାହିଁ।
ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ କିଛି ପିଲାଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସଚେତନତା ଅଭାବରୁ ଜଙ୍ଗଲରେ ମହୁଲ ଗୋଟାଳି ମହୁଲ ଗଛରେ ନିଆଁ ଲଗାଉ ଥିବାରୁ ମହୁଲ ଗଛରୁ ନିଆଁ ଯାଇ ଜଙ୍ଗଲରେ ନିଆଁ ଲାଗିଯାଉଛି। ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସଚେତନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସଚେତନ ପାଇଁ ବାର୍ଷିକ ଦାବି ହେଉଥିଲେ ମଧ୍ୟ ସଚେତନ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/59614592-3bdd-4a97-98f9-4bf28d5687fe.jpg)