ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଏକ କମଳା ବୋଝେଇ ଟ୍ରକ୍ରେ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଚାଳକ ଓ ସହାୟକ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଛି।
(ଡବ୍ଲ୍ୟୁବି-୩୩-ଇ-୭୪୪୪) ନମ୍ବର ବିଶିଷ୍ଟ ଟ୍ରକ୍ଟି ମହାରାଷ୍ଟ୍ରର ନାଗପୁରରୁ କମଳା ବୋଝେଇ କରି ବାଂଲାଦେଶ ଅଭିମୁଖେ ଯାଉଥିଲା। କାଞ୍ଜିପାଣି ଘାଟିରେ ହଠାତ୍ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଚାଳକ ଓ ସହାୟକ ଗାଡ଼ି ଅଟକାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଖବର ପାଇ ତେଲକୋଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ନିଆଁ ଲିଭି ସାରିଥିଲା। ଗାଡ଼ିର ବ୍ୟାଟେରିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/3fedd7f6-e4c5-49c4-901c-e383ed352b89.jpg)