ଅଗ୍ନିକାଣ୍ଡରେ ୪ କୋଟି ଟଙ୍କାର ପାଇପ୍‌ ପାଉଁଶ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ମେଗା ଜଳସେଚନ ହରିଗଡ଼-୧ ପ୍ରକଳ୍ପ ଅଧୀନ ଢୋଲପିଟା ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଠିକା କଂପାନି ମେଘା ପାଓ୍ଵାର୍‌ ଇରିଗେସନ୍‌ ହାଇଦ୍ରବାଦ କ୍ୟାମ୍ପ୍‌ ଗୋଦାମରେ ଅଗ୍ନିକାଣ୍ଡ ଘଟି ସେଥିରେ ଥିବା ପ୍ରାୟ ୪ କୋଟି ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ ହୋଇଯାଇଛି। ଆଜି ସକାଳ ୯ଟାରେ ଅଚାନକ ଗୋଦାମରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିବା ପରେ ଏହା ଧୀରେ ଧୀରେ ଭୟାବହ ରୂପ ନେଇଥିଲା। ସକାଳ ୯ଟା ୪୫ ମିନିଟ୍‌ରେ ଠିକା କଂପାନି କର୍ତୃପକ୍ଷ ସଂଗେ ସଂଗେ ଗାଲେରୀ ଫାଣ୍ଡି ଓ ଭଂଜନଗର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ୫ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର