କତା କମ୍ପାନୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ପିପିଲି: ପୁରୀ ଜିଲ୍ଲା ପିପିଲିର ସାତଶଂଖଠାରେ ଥିବା ଏକ କତା କମ୍ପାନୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବବପତ୍ର ପୋଡି ପାଉଁଶ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ଏରୋକୋମ କତା କମ୍ପାନୀରେ ନିଆଁ ଲାଗିଥିଲା | ନିଆଁ ଲାଗିବା ଫଳରେ ଏହି କମ୍ପାନୀର ପ୍ରାୟ ୨୦ରୁ ୩୦ ଲକ୍ଷ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି |

ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ପାଖାପାଖି ୭ ଘଣ୍ଟା ପରେ ନିଆଁ ଲିଭାଇଥିଲେ | ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଅଭିଯୋଗ କରିନଥିବାବେଳେ ନିଆଁ ଲାଗିବାର ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ |

ଏଠାରେ ସୂଚନା ଥାଉ କି ଦୀର୍ଘ ଦିନ ଧରି କମ୍ପାନୀ କର୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା | ଦୁଇ ବର୍ଷ ହେବ କମ୍ପାନୀ ଚାଲୁଥିବାବେଳେ ଗତକାଲି ହଠାତ ନିଆଁ ଲାଗିଯାଇଥିଲା | ଏଥିରେ କେହି ଆହତ ହୋଇନଥିବାବେଳେ ନିଆଁ ଲାଗିବାର ସଠିକ କାରଣ ବାବଦରେ ଏବେ ଅନୁସନ୍ଧାନ ଜାରି ରହିଛି |

ସମ୍ବନ୍ଧିତ ଖବର