ସାକ୍ଷୀଗୋପାଳ : ପୁରୀ-ସୁରତ ସୁପର୍ ଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁକୁ ନେଇ ଆତଙ୍କ ସୃଷ୍ଟି େହାଇଥିଲା। ପୁରୀରୁ ସୁରତ ଯାଉଥିବା ବେଳେ ଆଜି ସନ୍ଧ୍ୟା ୮ଟା ସମୟରେ ବଗି ନମ୍ବର ବିକେ-୧ ଚକାରୁ ଧୂଆଁ ବାହାରୁଥିବା ଖବର ରେଳ ଫାଟକ କିପର ଜଣାଇଥିଲେ। ଟ୍ରେନ୍ଟି ସାକ୍ଷୀଗୋପାଳ ରେଳ ଷ୍ଟେସନରେ ପହଞ୍ଚିବା ବେଳକୁ ସେହି ସ୍ଥାନରୁ ନିଆଁ ଓ ଧୂଆଁ ବାହାରୁଥିଲା। ଏହାପରେ ଷ୍ଟେସନ୍ରେ ନିଆଁ ଓ ଧୂଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏହି ସମୟରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଭୟରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ସାକ୍ଷୀଗୋପାଳ ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଗ୍ନିକମାନେ କ୍ଷତିଗସ୍ତ ବଗିଟିକୁ ଯାଞ୍ଚ କରିଥିଲେ। ବ୍ରେକ୍ ଜାମ୍ ହୋଇ ଯାଇଥିବାରୁ ଏହି ସମସ୍ୟା ସୃଷ୍ଟି ହେଇଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ନିରାପତ୍ତା ଯାଞ୍ଚ ପାଇଁ ଟ୍ରେନ୍ଟି ସାକ୍ଷୀେଗାପାଳ ଷ୍ଟେସନ୍ରେ ୨ ଘଣ୍ଟା ଅଟକି ରହିଥିଲା। ରାତି ୧୦ଟା ପରେ ଟ୍ରେନ୍ଟି ପୁଣି ସୁରତ ଅଭିମୁଖେ ଛାଡ଼ିଥିଲା।
ପୁରୀ-ସୁରତ୍ ଏକ୍ସପ୍ରେସ୍ରେ ନିଆଁ : ଭୟରେ ଟ୍ରେନ୍ରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ
ସାକ୍ଷୀଗୋପାଳ ଷ୍ଟେସନ୍ରେ ୨ ଘଣ୍ଟା ଅଟକିଲା ଟ୍ରେନ୍
/sambad/media/post_attachments/wp-content/uploads/2018/10/SAKHIGOPAL-train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)