ବାହାନଗା: ସୋମବାର ଅପରାହ୍ଣରେ ବାହାନଗା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ବଗିରେ ହଠାତ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାର ୫ ପାଞ୍ଚ ମାସ ପରେ ରେଳ ବିଭାଗ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଡବାଗୁଡ଼ିକ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗର ମୋହିତ ସ୍କ୍ରାପ୍ କମ୍ପାନି ଏହାର ଟେଣ୍ଡର ନେଇ ବଗିଗୁଡ଼ିକୁ କାଟିବା ଆରମ୍ଭ କରିଛି। ଗ୍ୟାସ୍ କଟର୍ରେ ଆଜି ୬୦ ଜଣ ଶ୍ରମିକ ବଗିଗୁଡିକୁ କାଟୁଥିବା ବେଳେ ହଠାତ୍ ବଗିରେ ନିଆଁ ଲାଗି ଯାଇଥିଲା। ଫଳରେ ବଗିରେ ପଡ଼ିଥିବା ଯାତ୍ରୀମାନଙ୍କର ପୁରୁଣା ଲୁଗାପଟା ଓ ଜିନିଷପତ୍ରଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା। ବାହାନଗାରୁ ଦମକଳ କର୍ମଚାରୀ ଆସି ନିଆଁ ଲିଭାଇଥିଲେ। କଟାଯାଇଥିବା ଡବାଗୁଡିକୁ ଆଜି କିଛି ଟ୍ରକରେ ପଶ୍ଚିମବଙ୍ଗ ପଠାଯାଇଛି।
ବାହାନଗା ଦୁର୍ଘଟଣାଗ୍ରସ୍ତ ରେଳ ଡବାରେ ନିଆଁ
/sambad/media/post_attachments/wp-content/uploads/2023/10/sfhfhsfhfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)