ବାଲେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଥିବା ସୂଚନା ମିଳିଛି ।
ବାଲେଶ୍ୱରର ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରେ ନିଆଁ ଲାଗିବା ପରେ ପ୍ରଥମେ ଧୂଆଁ ବାହାରିଥିଲା। ଏହାପରେ ଟ୍ରେନର ପଛ ବଗିରେ ବସିଥିବା ଯାତ୍ରୀ ଚିତ୍କାର କରିଥିଲେ। ନିଆଁ ଲାଗିଥିବା ଜଣାପଡ଼ିବା ପରେ ଡ୍ରାଇଭର ଟ୍ରେନ ଅଟକାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।
ସୂଚନା ଅନୁସାରେ, ଟ୍ରେନ୍ର ପଛ ପଟେ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଟ୍ରେନ୍ ମଧ୍ୟରେ ଥିବା ଯାତ୍ରୀ ଚିତ୍କାର କରିଥିଲେ। ଯାତ୍ରୀମାନେ ଚିତ୍କାର କରି ବାହାରକୁ ବାହାରି ଆସିବା ସହ ରେଳବାଇ ପୁଲିସ୍କୁ ଜଣାଇ ଥିଲେ। ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଆସି ନିଆଁ ଲିଭା କାମ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ପଛ ପଟରୁ ଜେନେରେଟର ଥିବା ବଗିଟିକୁ ଟ୍ରେନ୍ରୁ ଅଲଗା କର ଦେଇଛନ୍ତି।
/sambad/media/post_attachments/wp-content/uploads/2019/05/rajdhani-300x166.jpg)
ନିଆଁ ଲାଗି ଯିବା ପରେ ଷ୍ଟେସନ୍ରେ ଗାଡ଼ିଟି ଅଟକି ରହିଛି। ପାଖାପାଖି ଅଧଘଣ୍ଟା ହେଲାଣି ଏହି ଦୁର୍ଘଟଣା ଘଟିିଛି। ଘଟିଥିବା ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।