କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟେର ଆଜି ଅଗ୍ନିକାଣ୍ତ ଘଟିଛି। କେମେଷ୍ଟ୍ରି ଲ୍ୟାବ୍ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ଏ ପ୍ରକାର ଅଗ୍ନିକାଣ୍ଡ ଘଟିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିର୍ବାପକ ଯନ୍ତ୍ର କାମ କରିନଥିଲା। ବକ୍ସିବଜାର ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ରେଭେନ୍ସା ଜୁନିୟର କଲେଜର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରାଛାତ୍ରୀମାନେ ରେଭେନ୍ସା ବିଶ୍ବବିଦ୍ୟାଳୟର କେମେଷ୍ଟ୍ରି ଲ୍ୟାବ୍ରେ ପ୍ରାକ୍ଟିକାଲ୍ କରିବାକୁ ଯାଇଥିଲେ। ପ୍ରାକ୍ଟିକାଲ୍ରେ ଚାର୍କୋଲ ବ୍ୟବହାର କରି ଡଷ୍ଟବିନ୍ରେ ଫିଙ୍ଗିଦେଇଥିଲେ। ପ୍ରାକ୍ଟିକାଲ୍ ଶେଷ ପରେ ଲାବ୍ରୋଟାରୀ ରୁମ୍ ବନ୍ଦ କରି ବାହାରକୁ ପଳାଇ ଆସିଥିଲେ। ଡଷ୍ଟବିନ୍ରେ ପଡ଼ିଥିବା ଚାର୍କୋଲରୁ ନିଆଁ ବ୍ୟାପୀ ଲାବ୍ରୋଟାରୀରେ ଥିବା କେମିକାଲ୍ ଏବ˚ ଅନ୍ୟ ସାମଗ୍ରୀଗୁଡ଼ିକ ପୋଡ଼ି ଦେଇଥିିଲା। ଝରକା ଫାଙ୍କରୁ ଧୂଆଁ ବାହାରିବାରୁ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲା।