ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଚତୁର୍ଥ ଲାଇନ୍‌ରେ ଥିବା ଏକ ଘ‌େରାଇ ଆବାସିକ ବିଦ୍ୟାଳୟ ‘ସଂସ୍କାର’ କୋଠାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ତ ଘଟିଛି।

Advertisment

ଏହି ଆବାସିକ ବିଦ୍ୟାଳୟ ତିନି ମହଲା କୋଠାରେ ଚାଲିଛି। ନିଆଁ ଲାଗିବା ବେଳକୁ ଦ୍ବିତୀୟ ମହଲାରେ ୨୭ ଜଣ ଅନ୍ତେବାସୀ ଶୋଇଥିଲେ। ନିଆଁ ଝାସରେ ତୃତୀୟ ମହଲାରେ ଥିବା କର୍ମଚାରୀ ଉଠି ପଡ଼ିଥିଲେ। ନିଆଁ ବ୍ୟାପିଯିବା ଫଳରେ ଛାତ୍ର ଓ କର୍ମଚାରୀ ତଳ ମହଲାକୁ ଆସିପାରି ନଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ପହଞ୍ଚି ମାତ୍ର ୧୫ ମିନିଟ୍‌ ମଧୢରେ କୋଠାରେ ଫସି ରହିଥିବା ୨୭ଜଣ ଛାତ୍ର ଓ ୩ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି।

ମୃତ୍ୟୁମୁଖରୁ ଅଳ୍ପକେ ରକ୍ଷା ପାଇ ନୂଆ ଜୀବନ ପାଇଥିବା ବିଦ୍ୟାର୍ଥୀମାନେ ଦମକଳ ବାହିନୀକୁ ଛଳଛଳ ଆଖିରେ କୃତଜ୍ଞତା ଜଣାଇଥିଲେ। ସ୍ଥାନୀୟ ଜନସାଧାରଣ ଦମକଳ ବାହିନୀକୁ ପ୍ରଶଂସା କରିଛନ୍ତି। ଦମକଳ ବାହିନୀ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ କରି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।