ଭଦ୍ରକ: ହାଓଡ଼ାରୁ ବିଶାଖାପାଟଣା ଯାଉଥିବା ସାଲିମାର୍ ଏକ୍ସପ୍ରେସ୍ (୨୨୮୫୩)ରେ ଆଜି ରାତି ପ୍ରାୟ ୧୧ଟା ୫ରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍ଟି ଭଦ୍ରକ ଷ୍ଟେସନ୍ ଅତିକ୍ରମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏସ୍-୧ ଓ ଏସ୍-୨ ବଗିରୁ ଧୂଆଁ ବାହାରିବା ସହ ନିଆଁ ଜଳିଥିଲା। ଲୋକୋ ପାଇଲଟ୍ ଟ୍ରେନ୍ ଅଟକାଇ ଯାଞ୍ଚ କରିବାରୁ ଜଣାଯାଇଥିଲା ଯେ ବଗିର ଚକ ଜାମ୍ ହୋଇଯାଇଥିବାରୁ ଏହି ଅଘଟଣ ଘଟିଥିଲା। ପରେ ଟ୍ରେନ୍ଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଗନ୍ତବ୍ୟସ୍ଥଳକୁ ଯାତ୍ରାରମ୍ଭ କରିଥିଲା।
ସାଲିମାର ଏକ୍ସପ୍ରେସ୍ରେ ନିଆଁ
/sambad/media/post_attachments/wp-content/uploads/2023/06/train-fire.jpg)