ପୁଣି କଟକ ଶାଢ଼ି ଦୋକାନରେ ଅଗ୍ନିକାଣ୍ଡ

କଟକ : କଟକ ସହରରେ ପୁଣି ଏକ ପ୍ରତିଷ୍ଠିତ ଶାଢି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦରଘାବଜାର ଥାନା ଅନ୍ତର୍ଗତ ଚୌଧୁରୀ ବଜାର ଅଞ୍ଚଳରେ ଥିବା କୁଇନ୍‌ସ କଲେକ୍ସନ ଦୋକାନରେ ଆଜି ଦିନ ପ୍ରାୟ ୧୨ଟା ୨୦ ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସର୍ଟର୍ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ କେନ୍ଦ୍ରର ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଥିଲା। ଫଳରେ ଅଳ୍ପକେ ବଡ଼ ଧରଣର ଅଗ୍ନିକାଣ୍ଡରୁ ତିନି ମହଲା କୋଠା ବର୍ତ୍ତିଯାଇଥିଲା।

ସୂଚନା ଅନୁଯାୟୀ, ଗତ ୪ ତାରିଖରେ ବାଦାମବାଡ଼ି ସିଟି ଷ୍ଟାଇଲ୍‌ ସପିଂ ମଲ୍‌ ସମେତ ୫ ଟି ଦୋକାନ ଅଗ୍ନିକାଣ୍ଡରେ ଜଳି ଯାଇଥିଲା। କଣ୍ଟ୍ରୋଲ୍‌ ପ୍ୟାନେଲ୍‌ରୁ ସର୍ଟ ସର୍କିଟ୍‌ ହୋଇ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ସମାନ ଧରଣର ଘଟଣା ଆଜି ଦରଘାବଜାର ଥାନା ଅନ୍ତର୍ଗତ ଅଶୋକ ଅଗ୍ରଓ୍ଵାଲ୍‌ଙ୍କ କୁଇନ୍‌ କଲେକ୍ସନରେ ଘଟିଥିଲା। କ୍ୟାସ୍‌ କାଉଣ୍ଟର ନିକଟରେ ଥିବା କଣ୍ଟ୍ରୋଲ୍‌ ପ୍ୟାନେଲ୍‌ରେ ସର୍ଟ ସର୍କିଟ ହୋଇଥିଲା। ହଠାତ ପୁରା କୋଠା ନିଆଁରେ ଭର୍ତ୍ତି ହୋଇଯାଇଥିଲା। କାଚ ଭାଙ୍ଗି ଧୂଆଁ ବାହାରକୁ କଢ଼ାଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଦୋକାନ କର୍ମଚାରୀ ନିଆଁ ଉପରେ ବାଲି ଫିଙ୍ଗି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ବକ୍ସିବଜାର ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ପାଣି ଓ ନିଆଁଲିଭା ଯନ୍ତ୍ର ସାହାଯ୍ୟରେ ନିଆଁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର