ଛତିଆ: ଆଜି ସକାଳୁ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସମିଆ ପଞ୍ଚାୟତ ଡାଳିଯୋଡ଼ା ବନାଞ୍ଚଳ ଅଧୀନସ୍ଥ ସାତଲଣ୍ତି ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଫଳରେ ପ୍ରାୟ ୨୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜଳିଯାଇଥିଲା। ବନ କର୍ମଚାରୀ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରିପାରିନଥିବା ସୂଚନା ମିଳିଛି। ପ୍ରକାଶ ଯେ, ଆଜି ସକାଳୁ ସାତଲଣ୍ତି ପାହାଡ଼ରେ ନିଆଁ ଲାଗିଥିବା ଖବର ମିଳିଥିଲା। ବୈରୀ ବନପାଳ ପୀତବାସ ମହାପାତ୍ରଙ୍କ ନେତୃତ୍ବରେ ଅଶ୍ବିନୀ ସାହୁ, ସରୋଜ ମଳିକ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଜଙ୍ଗଲରେ ଚାରିଆଡେ଼ ଶୁଖିଲା ପତ୍ର ଓ ଡାଳକାଠ ପଡ଼ିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ସନ୍ଧ୍ୟାସୁଦ୍ଧା ପ୍ରାୟ ୨୦ ଏକର ଜଙ୍ଗଲ ପୋଡ଼ିଯାଇଛି। ପାହାଡ଼ ପାଦ ଦେଶରେ ଥିବା ଲୋକମାନେ ଜଙ୍ଗଲ ନିଆଁ ପାଇଁ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ସଜାଗ ରହିଛି ବୋଲି ବନପାଳ ପୀତବାସ ମହାପାତ୍ର କହିଛନ୍ତି।
ସାତଲଣ୍ତି ପାହାଡ଼ରେ ନିଆଁ, ୨୦ ଏକର ଜଙ୍ଗଲ ନଷ୍ଟ
/sambad/media/post_attachments/wp-content/uploads/2021/04/hh5s4h56s4fh65s4f65h4sf56h4f5s6h456sf4h56fs4h56fshsfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)