କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣା: କାରଣ ଅନୁସନ୍ଧାନ ଲାଗି ସ୍ବତନ୍ତ୍ର ଟିମ୍ ଗଠିତ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏସ୍‌ସିବି ଅଧୀକ୍ଷକଙ୍କ ନିର୍ଦ୍ଦେଶ

କଟକ: ଶୁକ୍ରବାର କଟକ ବଡ଼ ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି କୋଠରୀରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହି ଅଗ୍ନିକାଣ୍ଡ କିପରି ଘଟିଲା ସେ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ୭ଦିନ ମଧ୍ୟରେ ଏହି ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଦେବାକୁ ଏସ୍‌ସିବି ମେଡିକାଲ କଲେଜର ଅଧୀକ୍ଷକ ଡାକ୍ତର ଜୟଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳ ୯ଟା ସମୟରେ ମେଡିକାଲ୍‌ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ ନିଆଁ ଲାଗି ଯାଇଥିଲା। ଫଳରେ ପାଥୋଲୋଜି ବିଭାଗ ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ ଆସବାବପତ୍ର ଓ ମୂଲ୍ୟବାନ ସାମଗ୍ରୀ ପୋଡି ଧ୍ୱଂସ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍‌ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗକୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର