ଏସସିବି ପଲ୍ୟୁମୁନାରୀ ମେଡିସିନ୍‌ ବିଭାଗରେ ନିଆଁ

ବଲାଙ୍ଗୀର ହସ୍ପିଟାଲ ଷ୍ଟୋରରୁମରେ ଅଗ୍ନିକାଣ୍ଡ

କଟକ : ଏସ୍‌ସିବିରେ ଆଜି ବିଦ୍ୟୁତ୍‌ ଚାର୍ଜ ଚାଲିଥିବାବେଳେ ହଠାତ୍‌ ପଲ୍ୟୁମୁନାରୀ ମେଡିସିନ୍‌ ବିଭାଗରେ ଥିବା କେବୁଲରେ ସର୍ଟସର୍କିଟରୁ ନିଆଁ ଲାଗିଥିଲା। ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ଜଣାପଡିଛି। ବିଦ୍ୟୁତ୍‌ ଚାର୍ଜ ଦିଆଯିବା ସମୟରେ ଏହି ବିଭାଗର କେବୁଲରେ ସମସ୍ୟା ଦେଖାଦେଇଥିଲାରୁ ଏଭଳି ଘଟିଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

ହସ୍ପିଟାଲ ଷ୍ଟୋରରୁମରେ ଅଗ୍ନିକାଣ୍ଡ

ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଷ୍ଟୋର ରୁମରେ ନିଆଁ ଲାଗିଛି। ସୋମବାର ସଂଧ୍ୟାରେ ହଠାତ ମେଡିକାଲ ଷ୍ଟୋରରୁମ ନିକଟ‌ରୁ ଧୂଆଁ ବାହାରୁ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ନିକଟକୁ ଯାଇ ଦେଖିଲା ବେ‌ଳକୁ ଷ୍ଟୋରର ଦୁଇଟି ହଲରେ ନିଆଁ ଜଳୁଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଷ୍ଟୋରରୁମରୁ ମାତ୍ର ୩୦ ମିଟର ଦୂରରେ ହସ୍ପିଟାଲର ବିଭିନ୍ନ ୱାର୍ଡର ରୋଗୀ ଓ ତାଙ୍କ ପରିଜନ ଆତଙ୍କିତ ହୋଇ ଉଠିଥିଲେ। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଷ୍ଟୋରରୁମ ନିକଟରେ ଥିବା ଅଳିଆ ଗଦାରେ କେହି ନିଆଁ ଲଗାଇ ଦେଇଥିବା ଓ ଏହା କୌଣସି ପ୍ରକାରେ ହଲ ମଧ୍ୟକୁ ବ୍ୟାପିଥିବା ଦମକଳ ବାହିନୀ ସଂଦେହ କରୁଛି।

ସମ୍ବନ୍ଧିତ ଖବର