କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ, ଜୀବନବିକଳରେ ଦୌଡ଼ିଲେ ରୋଗୀ

କଟକ: ଆଜି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍‌ପିଟାଲର ହେମାଟୋଲୋଜି ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ତାଙ୍କ ସହଯୋଗୀ ମୃତାହତ ହୋଇ ନାହାଁନ୍ତି। ତେବେ ନିଆଁ ଲାଗିବା ପରେ ଜୀବନ ବିକଳରେ ରୋଗୀମାନେ ଓ୍ଵାର୍ଡ ଛାଡ଼ି ପଳାଇ ଆସିଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍‌ପିଟାଲର ହେମାଟୋଲୋଜି ବିଭାଗରେ ପ୍ରାୟ ୪୦ ଜଣ ରୋଗୀ ଏହାର ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ହଠାତ ଆଜି ଦିନ ପ୍ରାୟ ୧୨ଟା ବେଳେ ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ହୋଇ ନିଆର୍ ଲାଗିଯାଇଥିଲା। ନିଆଁ ଲାଗିଯିବା ପ୍ରଚାରେ ହେବା କ୍ଷଣି ରୋଗୀଙ୍କୁ ଧରି ସେମାନଙ୍କ ସମ୍ପର୍କୀୟମାନେ ପଦାକୁ ବିକଳ ହୋଇ ଦୌଡ଼ିଥିଲେ। କେଉର୍ ରୋଗୀ ହାତର ସାଲାଇନ ଲାଗିଥିବା ଅବସ୍ଥାରେ ତ କିଏ ନିଜ ଔଷଧ ପତ୍ର ଧରି ବାହାରକୁ ପଳାଇ ଆସିଥିଲେ। ପରେ ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ଏ ନେଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର