ମୟୂରଭଞ୍ଜ ଜ୍ୟୋତିପୁର ସଂରକ୍ଷିତ ଶାଳ ଜଙ୍ଗଲରେ ନିଆଁ

ଆୟତ୍ତ କଲା ବାରିପଦା ଅଗ୍ନିଶମ ବିଭାଗ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ରେଞ୍ଜ ଅଧିନସ୍ଥ  ଜ୍ୟୋତିପୁର ସଂରକ୍ଷିତ ଶାଳ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ବାରିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଏହି ଜଙ୍ଗଲରେ ନିଆଁ ଲଗାଇଦେଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡ଼ିଛି। ତେବେ ଖରାଦିନ ଆସିଯାଇଥିବା ବେଳେ ଜଙ୍ଗଲରେ ନିଆଁ ବର୍ତ୍ତମାନ ସମୟରେ ବିପଦର କାରଣ ହୋଇପାରେ। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ଅଗ୍ନିଶମ ବାହିନୀ ଠିକଣା ସମୟରେ ପହଞ୍ଚିଯିବାରୁ ନିଆଁ ଅଧିକ ବ୍ୟାପିବାରୁ ରକ୍ଷା ପାଇଥିଲା।

ସମ୍ବନ୍ଧିତ ଖବର