ସପିଂମଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ କୋଟି ଟଙ୍କାର ସଂପତ୍ତି

ରାଇରଙ୍ଗପୁର : ରାଇରଙ୍ଗପୁର ପୌରାଞ୍ଚଳରେ ଥିବା ଏକ ସପିଂମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଛି।

ରାଇରଙ୍ଗପୁର ପୌରାଞ୍ଚଳ ଅଧୀନ ଗୋଲେଇ ଛକ ନିକଟରେ ‘ଫ୍ରେଣ୍ଡସ୍‌ କର୍ଣ୍ଣର’ ନାମକ ଏକ ସପିଂମଲ୍‌ ରହିଛି। ତେବେ ଗତକାଲି ରାତି ପ୍ରାୟ ୩ଟା ୩୦ ମିନିଟ୍‌ରେ ଏଠାରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ମାଡ଼ିଯାଇଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଅଗ୍ନିକାଣ୍ଡର ପ୍ରଭାବ ଏତେ ଜୋର୍‌ରେ ଅନୁଭୂତ ହୋଇଥିଲା ‌ଯେ ଆଜି ରାତି ୮ଟାରେ ହସ୍ତଗତ ଖବର ଅନୁସାରେ ବାମନଘାଟି ଉପଖଣ୍ଡ ଅଧୀନ ସବୁ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବାବେଳେ ପ୍ରାୟ ୩ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା‌ ପ୍ରାଥମିକ ସୂଚନା ମିଳିଛି।

ସମ୍ବନ୍ଧିତ ଖବର