ସିପସରୁବାଲି ଜଙ୍ଗଲରେ ନିଆଁ, ଫରେଷ୍ଟର୍‌, ଗାର୍ଡ ଆହତ

ସିପସରୁବାଲି ଜଙ୍ଗଲରେ ନିଆଁ, ଫରେଷ୍ଟର୍‌, ଗାର୍ଡ ଆହତ

ବ୍ରହ୍ମଗିରି : ଶନିବାର ଅପରାହ୍ଣରେ ବ୍ରହ୍ମଗିରି ରେଞ୍ଜ୍‌ ସିପସରୁବାଲି ଷଣ୍ଢପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ତ ଘଟି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜଙ୍ଗଲର ୨୦ ଏକରରୁ ଅଧିକ ଅଞ୍ଚଳରେ ନିଆଁ ବ୍ୟାପୀ ଥିବା ଜଣାପଡ଼ିଛି। ରେଞ୍ଜ୍‌ ଅଧିକାରୀ ଜନାର୍ଦ୍ଦନ ମିଶ୍ରଙ୍କ ନେତୃତ୍ବରେ ଏକ ୧୦ ଜଣିଆ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟ ରାସ୍ତାଠାରୁ ୫ କିଲୋମିଟର ବାଲିରେ ଯିବା ପରେ ଜଙ୍ଗଲ ପଡ଼ୁଛି। ଫଳରେ ନିଆଁ ଲାଗିଥିବା ସ୍ଥାନକୁ ଅଗ୍ନିଶମ ଗାଡ଼ି ଯାଇପାରୁ ନାହିଁ। ବନ ବିଭାଗ କର୍ମଚାରୀ ଗଛ ଡାଳ ଓ ନିଆଁ ଲିଭା ଯନ୍ତ୍ରରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଆଁ ଲିଭାଇବା ବେଳେ ହରଚଣ୍ତୀ ବିଟ୍‌ର ଫରେଷ୍ଟର୍‌ ଓ ଜଣେ ଗାର୍ଡ ଆହତ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ହାତରେ ନିଆଁ ଲାଗି ଫୋଟକା ହୋଇଥିବା ବେଳେ ତଥାପି ଏହି ଦୁଇ କର୍ମଚାରୀ ନିଆଁ ଲିଭାଇବା କାମ ଜାରି ରଖିଛନ୍ତି।

publive-image

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜଙ୍ଗଲର ୧୦ ଏକର ଅଞ୍ଚଳ ପୋଡ଼ି ପାଉଁଶ ହୋଇଥିବା ଜଣାପଡ଼ିଛି। ଜଙ୍ଗଲ ଜଳୁଥିବା ବେଳେ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଛି। ଜଙ୍ଗଲରେ ବାର୍‌ହା, କୁଟୁରା, ହରିଣ, ଠେକୁଆ, ଫିସିଂ କ୍ୟାଟ୍‌ ଭଳି ଅନେକ ବନ୍ୟଜନ୍ତୁ ରହିଛନ୍ତି। ସେପଟେ ନିଆଁ ଲିଭା ପାଇଁ ବନ ବିଭାଗର ୧୦ ଜଣିଆ ଟିମ୍‌ ଉଦ୍ୟମ ଜାରି ରଖିଥିବା ରେଞ୍ଜ୍‌ ଅଧିକାରୀ ଜନାର୍ଦ୍ଦନ ମିଶ୍ର କହିଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଅଧିକ କର୍ମଚାରୀ ପଠାଇବା ପାଇଁ ଜିଲ୍ଲା କାର୍ଯ୍ୟାଳୟ ସହିତ ସ୍ଥାନୀୟ ରେଞ୍ଜ ଅଧିକାରୀ ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି। ଶେଷ ସୂଚନା ମୁତାବକ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଘଟଣାସ୍ଥଳରେ ପହ‌ଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe