ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ହଲରେ ଭୟାବହ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି।

ସୂତ୍ର ଅନୁସାରେ ଆଜି ସିଣ୍ଡିକେଟ୍‌ ହଲରେ ବୈଠକ ହୋଇଥିଲା। ବୈଠକ ଶେଷ ହେବାର ଅଳ୍ପ କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇ ଦମକଳ ବାହିନୀର ୨ଟି ଗାଡ଼ିରେ ପ୍ରାୟ ୧୦ରୁ ଅଧିକ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରଥିଲେ।

ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଛି। ଆନୁମାନିକ ୩୦ ଲକ୍ଷ ଟଙ୍କାର ଜଳି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ କେମିତ ଘଟିଛି, ରିପୋର୍ଟ ଲେଖାଯିବା ବେଳକୁ ପ୍ରକୃତ କାରଣ ଜଣାପଡ଼ି ନାହିଁ। ମାତ୍ର ଏହା ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର