ବାରିପଦା: ବାରିପଦା ଷ୍ଟେସନ ବଜାର ନିକଟସ୍ଥ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଲାଗିଛି ନିଆଁ। ଆଜି ରାତି ପ୍ରାୟ ୧୧ଟାରେ ବ୍ୟାଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଗୋଟିଏ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଥିଲା।

Advertisment

ପରେ ଆଉ ୨ଟି ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଶେଷ ଖବର ସୁଦ୍ଧା ବ୍ୟାଙ୍କ କାର୍ଯ୍ୟାଳୟରୁ ନିଆଁ ଏଟିଏମ୍‌କୁ ମଧ୍ୟ ବ୍ୟାପିଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଓ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନି।