ଧର୍ମଶାଳା: ଧର୍ମଶାଳା ତହସିଲ ଅନ୍ତର୍ଗତ ନୂଆଗାଁ ମୌଜାରେ ଥିବା କାଜୁବଣ ଆଜି ସନ୍ଧ୍ୟାରେ ଜଳିଯାଇଛି। ପ୍ରାୟ ୫ ଏକର ପରିମିତ ଜାଗାରେ ଥିବା ଗଛପତ୍ରରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡ଼ିନାହିଁ। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି।
ଶୁଖିଲା ଡାଳପତ୍ର ସହିତ କିଛି ଜାଜୁଗଛ ଓ ବନ ବିଭାଗ ପକ୍ଷରୁ ଲଗା ଯାଇଥିବା ଶାଗୁଆନ ଗଛ ମଧ୍ୟ ଜଳିଯାଇଛି। ଖବରପାଇ ଚଣ୍ତିଖୋଲ ଦମକଳ ବାହିନୀ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। କାଜୁବଣର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଅଣ୍ଟା ଭିଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/19-11.jpg)