ଡାଳିମାପୁର ଧୂଳିଆପାଟ ଜଙ୍ଗଲ ଜଳୁଛି

ପଦ୍ମପୁର: କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଡାଳିମାପୁର ଧୂଳିଆପାଟ ଜଙ୍ଗଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବାରୁ ଶୁଖିଲା ପତ୍ରରେ ନିଆଁ ଲାଗି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାବେଳେ ବହୁ ଔଷଧୀୟ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ କେତେ ପରିମାଣରେ ବ୍ୟାପିଛି ଆକଳନ କରିହେଉ ନାହିଁ।

ଜଙ୍ଗଲ ସୁରକ୍ଷା ପାଇଁ ବନସୁରକ୍ଷା କମିଟି ସ୍ବଂୟସହାୟକ ଗୋଷ୍ଠୀ ମହିଳାଙ୍କୁ ଦାୟିତ୍ବ ଦିଆଯାଇଥିବାବେଳେ ବନାଗ୍ନି ରୋକାଯାଇପାରୁ ନାହିଁ। ଏହି ଧୂଳିଆପାଟ ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁଁ ବହୁ ବନ୍ୟଜନ୍ତୁ ପ୍ରାଣ ବିକଳରେ ପଳାଇ ଯାଇଛନ୍ତି। ନିଆଁକୁ ତୁରନ୍ତ ଆୟତ୍ତ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବନବିଭାଗ ଏଥିପ୍ରତି ଯତ୍ନବାନ ହେବାକୁ ସାଧାରଣ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର