ଜଳିଗଲା ଦିଆସିଲି ବୋଝେଇ ଟ୍ରକ୍‌

କୋରେଇ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଠାରେ ଆଜି ଭୋରୁ ଏକ ଦିଆସିଲି ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ଦିଆସିଲି ସହିତ ଟ୍ରକ୍‌ଟି ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି। ତାମିଲନାଡୁର ଶିବକାଶୀରୁ ଦିଆସିଲି ବୋଝେଇ କରି କୋଲକାତା ଯାଉଥିବା ଟ୍ରକ୍‌ ନମ୍ବର (ଟିଏନ୍‌ ୨୮ବିବି-୬୭୨୭) ପଛରେ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇ ଚାଲିଯିବାରୁ ନିଆଁ ଲାଗିଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର