ଚଳନ୍ତା ପିଚୁ ବୋଝେଇ ଟ୍ରକ ଜଳିଗଲା

ରେଙ୍ଗାଲି : ଠେଲକଲୋଇ ଥାନା ସମ୍ମୁଖରେ ରବିବାର ଏକ ଚଳନ୍ତା ପିଚୁ ବୋଝେଇ ଟ୍ରକରେ ନିଆଁ ଲାଗି ଯିବା ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଏକ ଟ୍ରକ (ଡବ୍ଲୁବି ୩୩ ଡି ୩୧୫୮) ଠେଲକଲୋଇସ୍ଥିତ ଭୂଷଣ କାରଖାନାରୁ ପିଚୁ ନେଇ ସମ୍ବଲପୁର ପଟକୁ ଆସୁଥିଲା। ଥାନା ନିକଟରେ କୌଣସି କାରଣରୁ ଟ୍ରକରେ ନିଆଁ ଲାଗି ଯାଇଥିଲା। ଏହା ଜାଣିବା ପରେ ଟ୍ରକ୍ ରଖି ଡ୍ରାଇଭର ଓ ହେଲପର ଓହ୍ଲାଇ ପଡ଼ି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଖବର ପାଇ ଭୂଷଣ କାରଖାନାରୁ ୨ଟି ଦମକଳ ଗାଡ଼ି ଆସି ନିଆଁକୁ ଆତ୍ତୟ କରିଥିଲେ। ତେବେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ସମ୍ବନ୍ଧିତ ଖବର