ପୁରୀ : ‌ଶ୍ରୀମନ୍ଦିର ମେଘନାଦ ପାଚେରିରେ ନିଆଁ! ସଟ୍‌ସର୍କିଟ୍‌ରୁ ସୋମବାର ଦିନ ମେଘନାଦ ପାଚେରିରେ ଲାଗିଥିବା ବିଦ୍ୟୁତ୍‌ ତାର ହୁତ୍‌ହୁତ୍‌ ହୋଇ ଜଳିଯାଇଥିଲା। ପରେ ଲାଇଟ୍‌ କାଟି ନିଆଁକୁ ଲିଭାଯାଇଛି।

Advertisment

ମିଳିଥିବା ସୂଚନା ମୁତାବକ, ସୋମବାର ସନ୍ଧ୍ୟା ପ୍ରାୟ ୫ଟା ୫୫ରେ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟକୁ ଲାଗି ଡାହାଣ ପାର୍ଶ୍ବ ମେଘନାଦ ପାଚେରିରେ ଲାଗିଥିବା ବିଦ୍ୟୁତ ତାର ହୁତ୍‌ହୁତ୍‌ ହୋଇ ଜଳିଥିଲା। ଜଳିବା ପରେ ନିଆଁ ଝୁଲା ଖସିବା ଦେଖିବାକୁ ମିଳିଥିଲା। ଭକ୍ତମାନେ ଏ ସମ୍ପର୍କରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାଦେଖି ଶ୍ରୀମନ୍ଦିର ବିଜୁଳି ସଂଯୋଗ କଟାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା।

ଏସମ୍ପର୍କରେ ପୁରୀ ଅଗ୍ନିଶମ ଅଧିକାରୀ ପ୍ରଦୀପ ରାଉତ କହିଛନ୍ତି, ଖବର ପାଇ ଅଗ୍ନିଶମ ଗାଡ଼ି ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ସତ, କିନ୍ତୁ ସେତେବେଳେ ନିଆଁ ଲିଭି ଯାଇଥିଲା। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଶ୍ରୀ ରାଉତ କହିଛନ୍ତି।