ରାଇସୁଆଁ: ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଙ୍ଗଲ ନିଆଁର ଭୟଙ୍କର ରୂପ ଧାରଣ କରିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ  କଳାପାଟ, କୁଳଙ୍ଗ କଣାବିରା, ରାଣୀବେଡ଼ା, ପାଟଖଳି, କରମଙ୍ଗି, କୃଷ୍ଣପୁର, ସିନ୍ଦୁରିଆ ସଂରକ୍ଷିତ ଜଙ୍ଗଲ ନିଆଁ ଲାଗି ବହୁ ମୂଲ୍ୟବାନ ଜଙ୍ଗଲ ଜଳିଯାଉଛି। ଜଙ୍ଗଲରେ ନିଆଁ କବଳରୁ ବର୍ତ୍ତିବା ପାଇଁ ବନ୍ୟଜନ୍ତୁ ଗାଁମୁହାଁ ହେଉଛନ୍ତି। କେତକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଉଛନ୍ତି। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ କୁଡୁବିଲ କାଉବସା ନାଳ ନିକଟ ଜଙ୍ଗଲରେ ନିଆଁ ଲାଗିଥିଲା।

Advertisment

ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥି‌ଲେ। ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ସେହିପରି କଳାପାଟ ସଂରକ୍ଷିତ ଜଙ୍ଗଲର ବେଣା ଗାଁ ନିକଟରେ ଜଙ୍ଗଲ ଜଳୁଛି। ପଡ଼ାଙ୍ଗ-କାନ୍ତୋଲଶୁଆଁ, କୃଷ୍ଣପୁର, କରମଙ୍ଗି ଓ ସିନ୍ଦୁରିଆ ରାସ୍ତାକଡ଼ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ବନ ବିଭାଗ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଲୋକଙ୍କୁ ସଚେତନ କରୁଛି। ଏହାସତ୍ତ୍ବେ ମଧ୍ୟ କେତକ ଅମାନିଆ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଫଳରେ ଏକର ଏକର ଜଙ୍ଗଲ ପୋଡ଼ିଯାଉଛି।